Memorandum of Aditya Bahinee to the Hon’ble Chief Minister


“ଶ୍ରୀ ହରି”

ଶ୍ରୀ ଗଣେଶାୟ ନମଃ ।

ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ବାରା ଗଠିତ ସର୍ବଭାରତୀୟ ସେବା ସଂସ୍ଥା “ଆଦିତ୍ୟ ବାହିନୀ” ଓଡିଶା ଶାଖା ତରଫରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ତଥା ଗୋବର୍ଦ୍ଧନ ମଠ(ଶଙ୍କରାଚାର୍ଯ୍ୟ ପୀଠ) ପ୍ରତି ସରକାରଙ୍କ ନିମ୍ନୋକ୍ତ ଅବହେଳା ପୂର୍ବକ ଦମନ ନୀତି ବିରୁଦ୍ଧରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଉତ୍ତୋଳନ ପାଇଁ ସ୍ଥିର କରାଯାଇଛି ।

୧. ଓଡିଶା ଜନସାଧାରଣ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ଥିବାବେଳେ ୨୫୦୦ ବର୍ଷ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପୁନରୁଦ୍ଧାର ହୋଇଥିବା ବେଳେ ତାଙ୍କର ଦାୟାଦ ଭାବେ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ଓ ତାଙ୍କ ପୀଠକୁ ଅବହେଳା ଓ ଅବମାନନା କରିବାରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ କଣ?

୨. ସନାତନ ହିନ୍ଦୁ ଧର୍ମର ସୁରକ୍ଷା ତଥା ରାଜନୀତି ଅନୁଯାୟୀ ସର୍ବୋଚ୍ଚ ଧର୍ମଗୁରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳିତ ହେବା କଥା,ମାତ୍ର ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସକଙ୍କ ଉପରେ ସମସ୍ତ ଦାୟିତ୍ବ ଦେଇ ଜଗଦ୍‌ଗୁରୁଙ୍କୁ ଅବମାନନା କରିବା ଦ୍ବାରା ଶ୍ରୀ ଜଗନ୍ନାଥ ମନ୍ଦିରରେ ବିଭିର୍ନ୍ନ ସମୟରେ ବିଶୃଙ୍ଖଳା ସୃଷ୍ଟିକରି ଭକ୍ତମାନଙ୍କର ଜଗନ୍ନାଥ ମହାପ୍ରଭୁଙ୍କ ଠାରୁ ଆସ୍ଥା ବିଶ୍ବାସ ହରାଇବା ପାଇଁ ଚକ୍ରାନ୍ତ ପଛରେ ଉଦ୍ଦେଶ୍ୟ କଣ?

୩. ସନାତନ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୀଠକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ନ କରିବା ପଛରେ ଉଦ୍ଦେଶ୍ୟ କଣ?

୪. ପୁରୀ ସହରରେ ଥିବା ସମସ୍ତ ମଠ ମନ୍ଦିରକୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ସମିତି ମାଧ୍ୟମରେ ଧ୍ବଂସ କରି ଆବାହମାନ କାଳରୁ ପ୍ରତିଷ୍ଠିତ ମଠ ମନ୍ଦିରର ମହାନ୍ ସଂସ୍କୃତିକୁ ଲୋପ କରିବା ପଛରେ ଉଦ୍ଦେଶ୍ୟ କଣ?

୫. ସନାତନ ହିନ୍ଦୁ ଧର୍ମକୁ ଛାଡି ଖ୍ରୀଷ୍ଟିୟାନ୍,ମୁସଲ୍‌ମାନ୍,ଶିଖ୍ ଓ ବୌଦ୍ଧ ଧର୍ମଗୁରୁ ମାନଙ୍କ ମଠ କିମ୍ବା ମନ୍ଦିର ପ୍ରତି ସରକାର ଏଭଳି ଆଚରଣ ପ୍ରଦର୍ଶନ କରିପାରିବେ କି?

୬. ସ୍ବର୍ଗଦ୍ବାର ଜମି ଦୁର୍ନୀତିର ମାମଲା ଖୋଳତାଡ ଆରମ୍ଭ ହେବା ପରେ ସରକାର ସେଥିପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଆକ୍ରୋଶ ମୂଳକ ଗୋବର୍ଦ୍ଧନ ମଠ ତଥା ଶଙ୍କରାଚାର୍ଯ୍ୟଙ୍କ ପୀଠର ସମସ୍ତ ଜମି(୧୧ ଏକର ପାଖାପାଖି) କୁ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରେକଡ୍‌ଭୁକ୍ତ କରି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦମନ କରିବା ଚକ୍ରାନ୍ତର କାରଣ କଣ?

୭. ୧୮୯୯ ମସିହାଠାରୁ ପୁରୀ ଗୋବର୍ଦ୍ଧନ ମଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଉପରୋକ୍ତ ଜମିର ମାର୍ଫତ୍ ଥିବାବେଳେ ୧୯୯୩ ମସିହାଠାରୁ ସ୍ଥିତିବାନ୍ ସତ୍ତ୍ବ ସହ ରେକଡ୍‌ଭୁକ୍ତ ଜମିକୁ ଶ୍ରୀମନ୍ଦିର ପରିଚାଳନା ସମିତିକୁ ଷଡଯନ୍ତ୍ର ପୂର୍ବକ ହସ୍ତାନ୍ତର କରିବା ପଛରେ ସରକାରଙ୍କ ଆଭିମୁଖ୍ୟ କଣ?

୮. ପୂର୍ବ ଶଙ୍କରାଚାର୍ଯ୍ୟ ମାନଙ୍କ ୧୩୧ଟି ସମାଧି ମଧ୍ୟରୁ ୧୨୦ଟି ହୋଟେଲ୍,ଲଜିଂ,ବ୍ୟବସାୟିକ ଅନୁଷ୍ଠାନ ତଳେ ପୋତି ହୋଇ ରହିଥିବା ବେଳେ ୧୧ଟି ସମାଧି ଅଣନିଶ୍ବାସ ଅବସ୍ଥାରୁ ଉଦ୍ଧାର କରିବା ଯେଉଁ ଜମି ମଠର ବିଜେସ୍ଥଳୀ ମାଁ ବିମଳା ମନ୍ଦିର, ଶଙ୍କରାଚାର୍ଯ୍ୟଙ୍କ ନିବାସ,ବେଦ ଅଧ୍ୟୟନରତ ଛାତ୍ରାବାସ,ଗୋଶାଳା ଅବସ୍ଥିତ ୫ଏକର ୭୬୩ ଡେ.ମି ଜମି ଗୋବର୍ଦ୍ଧନ ମଠ ହାତରୁ ଶ୍ରୀମନ୍ଦିର ପ୍ରଶାସନ ସମିତି ଅଧିକାରକୁ ନେବାର ଉଦ୍ଦେଶ୍ୟ କଣ?

୯. ୨୫୦୦ ବର୍ଷ ତଳେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ୪ଟି ମଠ(ଭାରତର ପୂର୍ବ ଭାଗ ଓଡିଶା ପ୍ରଦେଶ ଠାରେ ଗୋବର୍ଦ୍ଧନ ମଠ, ପଶ୍ଚିମ ଭାଗ ଗୁଜୁରାଟ ପ୍ରଦେଶ ଦ୍ବାରିକା ଠାରେ ଶାରଦା ମଠ, ଉତ୍ତର ଭାଗ ଉତ୍ତରାଖଣ୍ଡ ପ୍ରଦେଶ ବଦ୍ରିନାଥ ଠାରେ ଯୋଶୀ ମଠ ଏବଂ ଦକ୍ଷିଣ ଭାଗ କର୍ଣାଟକ ପ୍ରଦେଶ ରାମେଶ୍ବର ଠାରେ ଶୃଙ୍ଗେରି ମଠ) ମଧ୍ୟରୁ ଓଡିଶା ସରକାରଙ୍କ ବ୍ୟତୀତ ଅନ୍ୟ ରାଜ୍ୟମାନଙ୍କର ସରକାର ଦେବୋତ୍ତର ଆଇନ୍ ବା ବିଭାଗରୁ ମୁକ୍ତ ରଖି ସ୍ବତନ୍ତ୍ର ମାନ୍ୟତା ଦେଇ ସ୍ବୟଂ ଶାସିତ ଅବସ୍ଥାରେ ରଖିଥିବା ବେଳେ ଓଡିଶା ସରକାର ଗୋବର୍ଦ୍ଧନ ମଠ ତଥା ଶଙ୍କରାଚାର୍ଯ୍ୟଙ୍କ ପୀଠର ଅସ୍ଥିତ୍ବ ଲୋପ୍ କରିବା ଚକ୍ରାନ୍ତର ଉଦ୍ଦେଶ୍ୟ କଣ?

ଆସନ୍ତା ତା ୧୩.୦୬.୧୭ ରିଖରେ “ଆଦିତ୍ୟ ବାହିନୀ” ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ ଏବଂ ତା ୨୨.୦୬.୧୭ ରିଖରେ ଭୁବନେଶ୍ବର ଠାରେ ପ୍ରତିବାଦ ଶୋଭା ଅନୁଷ୍ଠିତ ହେବ | ପରବର୍ତ୍ତୀ ଅବସ୍ଥାରେ ସନାତନ ହିନ୍ଦୁ ଧର୍ମର ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଦ୍‌ବୁଦ୍ଧି ଉଦୟ ଉଦ୍ଦେଶ୍ୟରେ ଏକ ଯଜ୍ଞ ଅନୁଷ୍ଠିତ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଅଛି ।ଯେଉଁଥିରେ କି ସାରା ରାଜ୍ୟରୁ ୧୦ହଜାର ପାଖାପାଖି ଆଦିତ୍ୟ ବାହିନୀର କର୍ମକର୍ତ୍ତା ଯୋଗ ଦେବେବୋଲି ଆଶା କରାଯାଉଛି।
ପୁରୀର ଭାଇମାନଙ୍କୁ ନିବେଦନ ସନାତନ ହିନ୍ଦୁ ଧର୍ମକୁ ବିଲୋପ କରିବାକୁ ପ୍ରୟାସ ଜାରି ରଖିଥିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସଙ୍ଗେ ସଙ୍ଗେ ଆଦିତ୍ୟ ବାହିନୀକୁ ସହଯୋଗ କରନ୍ତୁ